ମେଷ
ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା ସକାଶେ ଉତ୍ସାହିତ କରିପାରେ। ପ୍ରତ୍ୟେକ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି। ସାହିତ୍ୟ, ସଙ୍ଗୀତ ଓ ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ବୃଷ
ମୂଲ୍ୟବାନ୍ ଜିନିଷ କ୍ରୟ କରିବା ସକାଶେ ଆଶା କରୁଥିବା ଦିଗରୁ ଅର୍ଥ ପାଇ ଖୁସି ହେବେ। ରୋହିଣୀ ନକ୍ଷତ୍ର ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ
ଅନ୍ୟମନସ୍କତାଜନିତ ଭାବୁଥିବେ ଗୋଟିଏ କଥା, କଲାବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ପରିବାର ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ ଓ ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବେ। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ
ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ, ଯଦ୍ଦ୍ବାରା କୌଣସି ସିଦ୍ଧାନ୍ତ ନେଇପାରିବେ ନାହିଁ। ଅଶ୍ଳେଷା ନକ୍ଷତ୍ର ସକାଶେ ଶତ୍ରୁଙ୍କ ସକ୍ରିୟତା ବୃଦ୍ଧି ପାଇବ। ପ୍ରତ୍ୟୁଷ ଯାତ୍ରା, ମାଙ୍ଗଳିକ ଓ ଆନୁଷ୍ଠାନିକ କାମରୁ ଖୁସି ରହିପାରନ୍ତି। ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ସୁଯୋଗ ପ୍ରାପ୍ତି ହେବ।
ସି˚ହ
ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗ ବ୍ୟକ୍ତିଙ୍କ ଦ୍ୱାରା ସାହାଯ୍ୟ ସହଯୋଗ ପାଇପାରନ୍ତି। ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ବହୁତ ଦିନରୁ ଖୋଜୁଥିବା ଜିନିଷ ପାଇବାର ସୂଚନା ରହିଛି। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ। ବ୍ୟବସାୟ ଓ ପରିବହନରେ ହଠାତ୍ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
କନ୍ୟା
ପାରିବାରିକ ଜୀବନରେ ବିଲୁପ୍ତ ସ୍ନେହ, ଶ୍ରଦ୍ଧା ଓ ଆଦରର ସଦ୍ଭାବ ଅନୁଭବ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ଆଗାମୀ ଶୁଭକାର୍ଯ୍ୟ ସକାଶେ ଗୃହ ସଜ୍ଜାରେ ମନୋନିବେଶ କରିପାରନ୍ତି। ହସ୍ତା ନକ୍ଷତ୍ରର ଅର୍ଥାଭାବରୁ କୌଣସି କାମ ସ୍ଥଗିତ ରହିଯିବାର ପରିସ୍ଥିତି ସୃଷ୍ଟି ହୋଇପାରେ।
ତୁଳା
ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ବନ୍ଧୁଙ୍କ ସମ୍ମୁଖରେ ମନୋଭାବ ପ୍ରକାଶ କରିବାରେ ପଛେଇଯିବେ। ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାତୀ ନକ୍ଷତ୍ରର ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟାର ସୂଚନା ରହିଛି।
ବିଛା
ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହ ପରିସ୍ଥିତି ସୃଷ୍ଟି ହେବ। ବନ୍ଧୁଙ୍କୁ ଅନୁନୟ ବିନୟ କରି ଧାରକରଜ କରି ଆବଶ୍ୟକତା ଚଳାଇ ନେଇପାରନ୍ତି। ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ର ପରିବାରରେ ପାରସ୍ପରିକ ମତଭେଦ କାରଣରୁ କଳହ ଦେଖାଦେବ। କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ରପ୍ତାନି ବାଣିଜ୍ୟରେ ଉନ୍ନତି ସାଙ୍ଗକୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।
ମକର
ଶ୍ରବଣା ନକ୍ଷତ୍ର ସକାଶେ ଶାରୀରିକ ଅସୁସ୍ଥତା ମାନସିକ ଅଶାନ୍ତିକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ସମସ୍ୟା ସକାଶେ ମନ ବିଚଳିତ ରହିବ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ମଧ୍ୟ ପାଇପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ ସାଧନାରୁ ଉପକୃତ ହେବା ସାଙ୍ଗକୁ ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
ଆଜି ଧନିଷ୍ଠା ନକ୍ଷତ୍ର ସକାଶେ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ପଡ଼ୋଶୀଙ୍କ ସାହାଯ୍ୟରେ ବକେୟା ଆଦାୟରେ ସକ୍ଷମ ହୋଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ହେତୁ ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବ ନାହିଁ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ସାମୟିକ ଚିନ୍ତିତ ରହିପାରନ୍ତି।
ମୀନ
ବୃହସ୍ପତିଙ୍କ ସୁପ୍ରଭାବରେ ଶାରୀରିକ ସୁସ୍ଥତା ସାଙ୍ଗକୁ ନୂତନ ଯୋଜନାରମ୍ଭ କରିପାରନ୍ତି। ପ୍ରତିବନ୍ଧକ ଦୂରେଇଯିବା ସହ ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ପୂର୍ବଭାଦ୍ର ନକ୍ଷତ୍ର ଆଜିର ଯାତ୍ରା, ବାଣିଜ୍ୟ, ବନ୍ଧୁମିଳନରୁ ସାମୟିକ ଖୁସି ରହିପାରନ୍ତି।