ମେଷ
ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍ ହେବ ନାହିଁ। ଦ୍ୱିଜା ନକ୍ଷତ୍ର କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାମୟିକ ଭାବରେ ପରିବାରର ଅତୀତ କଥାକୁ ଚିନ୍ତା କରି ବ୍ୟସ୍ତ ରହିପାରନ୍ତି।
ବୃଷ
ପାରିବାରିକ ପୃଷ୍ଠପୋଷକତା ଲାଭକରି ଚେଷ୍ଟା କରୁଥିବା କାମକୁ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ। ଗତକାଲିଠାରୁ ସ୍ଥିର କରିଥିବା ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ। କୃତିକା ନକ୍ଷତ୍ରର ସତର୍କତା ଅଭାବରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ଘଟିପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି।
ମିଥୁନ
ପୁନର୍ବସୁ ନକ୍ଷତ୍ରର ଉନ୍ନତ ଚିନ୍ତାଧାରା ସାଙ୍ଗକୁ କର୍ମକ୍ଷେତ୍ରରେ ପରାମର୍ଶ ଓ ସାହାଯ୍ୟ ଅବିସ୍ମରଣୀୟ ରହିବ। ବନ୍ଧୁ ଗହଣରେ ବେଶି ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି ସାଙ୍ଗକୁ ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିପାରନ୍ତି।
କର୍କଟ
ରବିଙ୍କ ଉଚ୍ଚାବସ୍ଥାନ ଅର୍ଥ, ସମ୍ମାନ ଓ ସାମାଜିକ ସ୍ତରରେ ପ୍ରତିଷ୍ଠା ପ୍ରଦାନ କରିବ। ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କଚେରି ମାମଲା, ଜମିଜମା ସମ୍ପର୍କୀୟ ବିବାଦୀୟ ଘଟଣାରେ ବିଜୟଲାଭ କରିବେ। କେତେକ କ୍ଷେତ୍ରରେ ଅପରିଣାମଦର୍ଶିତା ଜନିତ ବ୍ୟବହାରିକ ବ୍ୟତିକ୍ରମ ସମସ୍ୟାର କାରଣ ହୋଇପାରେ।
ସି˚ହ
ଚତୁର୍ଥଭାବ ଶୁକ୍ରଙ୍କ ଦୃଷ୍ଟିରେ ଥିବାରୁ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ଦିନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ହଟିଯିବାର ସୂଚନା ମଧ୍ୟ ରହିଛି। ମଘା ନକ୍ଷତ୍ରର ଶିଳ୍ପ, ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ସାମୟିକ ମନାନ୍ତର ଦେଖାଦେଇପାରେ।
କନ୍ୟା
ଶନି କ୍ଷେତ୍ରରେ ଚନ୍ଦ୍ରଙ୍କ ସ୍ଥିତି ସନ୍ତାନଙ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟକୁ କେନ୍ଦ୍ରକରି ଡିପ୍ରେସନ ସୃଷ୍ଟିକରିବ । ବନ୍ଧୁ କିମ୍ବା ଆତ୍ମୀୟଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଦ୍ୱନ୍ଦ୍ୱ ଲାଗିଯାଇପାରେ। ହସ୍ତା ନକ୍ଷତ୍ରର ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଯାତ୍ରା, ବାଣିଜ୍ୟ, ନିର୍ମାଣ, ପ୍ରଶାସନ କ୍ଷେତ୍ରରେ ମାନସିକ ଚାପ ବୃଦ୍ଧି ପାଇବ।
ତୁଳା
ଅଭାବ ଅସୁବିଧା ନଥିଲେ ମଧ୍ୟ ବିଭିନ୍ନ ଘରୋଇ କଥା ଚିନ୍ତାକରି ମନ ଭଲ ଲାଗି ନ ପାରେ। କାମ ହାସଲ ସକାଶେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ବ୍ୟୟ ଭାର କମି ଆସିବ ଏବଂ ବାଣିଜ୍ୟ ଓ ପରିବହନରେ ସଫଳତା ପାଇବେ। ଚିତ୍ରା ନକ୍ଷତ୍ରର କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହ ମତଭେଦ କାରଣରୁ ଟେନ୍ସନ ବୃଦ୍ଧି ପାଇବ।
ବିଛା
କର୍ମକ୍ଷେତ୍ରର ଚାପ ବୃଦ୍ଧି କାରଣରୁ ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ମାଙ୍ଗଳିକ କାମରେ ବନ୍ଧୁମିଳନ ମାନସିକ ଉଦ୍ବେଗକୁ ଉପଶମ କରିପାରେ। ବନ୍ଧୁଙ୍କ ସହାୟତାରେ ଜ୍ୟେଷ୍ଠା ନକ୍ଷତ୍ର ବକେୟା ଆଦାୟରେ ସକ୍ଷମ ହେବେ। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତାରୁ ଦୀର୍ଘ ଦିନରୁ ପଡ଼ିରହିଥିବା କାମଟିରେ ଅଗ୍ରଗତି ଘଟିବ।
ଧନୁ
ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ଦୁଶ୍ଚିନ୍ତାର କାରଣ ହେବ। ଦିନତମାମ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇଲେ ମଧ୍ୟ ତାହା ଉପଭୋଗ୍ୟ ହୋଇ ନପାରେ । ଭ୍ରମଣ, ରାଜନୀତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ ପାଇଁ ଆଜି ଦିନଟି ବହୁତ ଭଲ। ପୂର୍ବାଷାଢ଼ା ନକ୍ଷତ୍ରର ରାଜନୀତି, କଳା, ସାହିତ୍ୟ ତଥା ପ୍ରଶାସନିକ ସ୍ତରରେ ଟେନ୍ସନ ଲାଗିରହିବ।
ମକର
ପାରିବାରିକ ସୁସମ୍ପର୍କ ସାଙ୍ଗକୁ ସମାଜରେ ଆଦୃତି ଉତ୍ସାହିତ କରିବ। ଶ୍ରବଣା ନକ୍ଷତ୍ର ଶିକ୍ଷା, ପରୀକ୍ଷା ତଥା ଆନୁଷ୍ଠାନିକ କ୍ଷେତ୍ରରେ କୃତିତ୍ୱରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ସାଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। କୌଣସି ଏକ ସାମୂହିକ କାମ ମଧ୍ୟରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
ଦୈହିକ ସୁସ୍ଥତା, ଅର୍ଥନୈତିକ ଉକତ୍ର୍ଷ ଓ ଉତ୍ତମ ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଶାନ୍ତି ପ୍ରଦାନ କରିବ। ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣାକୁ ଦୂରେଇ ନେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଜମିଜମା, ସରକାରୀ ସୂତ୍ରରୁ ଅର୍ଥ, ଛୋଟ ବ୍ୟବସାୟ, ଧାର୍ମିକ କାର୍ଯ୍ୟ, ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ।
ମୀନ
ତରବରିଆ ନିଷ୍ପତ୍ତି ନ ନେଇ ପୁନର୍ବିଚାର କରିବା ଭଲ ହେବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ମାନସିକ ଅସ୍ଥିରତା ଦୂରେଇଯିବ। ଆଲୋଚନା ପରିସରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଉତ୍ତରଭାଦ୍ର ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ ନତୁବା ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।