ମେଷ


ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ। ନୂତନ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବୃଷ


ଆଜି ଆପଣଙ୍କ ଭୁଲ୍ ନିଷ୍ପତ୍ତି କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ଓ ଅର୍ଥପ୍ରାପ୍ତିରେ ସମସ୍ୟା ସୃଷ୍ଟି କରିବ। ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇପାରନ୍ତି। କର୍ମକ୍ଷେତ୍ରରେ କଳହର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ବାଧ୍ୟ ହେବେ ।
ମିଥୁନ


ପାରିବାରିକ କଳହରୁ ବିଭିନ୍ନ ଦୁଶ୍ଚିନ୍ତାରେ ମନ ଆନ୍ଦୋଳିତ ରହିବ। ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବା ସାଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ସହକର୍ମୀଙ୍କ ସାହାଯ୍ୟରୁ ପ୍ରକାଶନ, ପରିବହନ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ଚୁପ୍ ରହିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ


ପାରିବାରିକ କ୍ଷେତ୍ରରେ ବିଭିନ୍ନ ନକାରାତ୍ମକ ଭାବନା ମନକୁ ବିଷାକ୍ତ କରିପାରେ। ପୂର୍ବାଲୋଚନା କ୍ରମେ ଗତକାଲିର ଯୋଜନା ବଦଳାଇବା ସହଜ ସାଧ୍ୟ ନ ହୋଇପାରେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ


କର୍ମକ୍ଷେତ୍ରରେ ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବାକୁ ଶ୍ଳେଷାତ୍ମକ ଭାଷା ପ୍ରୟୋଗ କରିପାରନ୍ତି। ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍ ଧାରଣା ପୋଷଣ କରିବ। ବିବାଦୀୟ ସ୍ଥିତି
ଉପୁଜିବା କାରଣରୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ସମସ୍ୟା ବଢିଯାଇପାରେ।
ଉପୁଜିବା କାରଣରୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ସମସ୍ୟା ବଢିଯାଇପାରେ।
କନ୍ୟା


ଆଜି ଉପରିସ୍ଥଙ୍କ ସହାୟତାରେ ସମସ୍ୟା ସମାଧାନ ସାଙ୍ଗକୁ କାର୍ଯ୍ୟ ହାସଲରେ ସମର୍ଥ ହେବେ। ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଅନଟନ କାରଣରୁ ମାନସିକ ଅସ୍ଥିରତା ଦେଖାଦେବ। ସମ୍ପର୍କୀୟମାନେ ପରୋକ୍ଷ ଶତ୍ରୁତା କରିବା ଯୋଗୁ ବିଚଳିତବୋଧ କରିପାରନ୍ତି।
ତୁଳା


ଆଜି ଯଦି କିଛି ଅସୁବିଧା ପରିଲକ୍ଷିତ ହୁଏ ତାହା ନିଜ ଦୋଷରୁ ହିଁ ହେବାର ଆଶଙ୍କା ରହିଛି। ପରିବାରର ନିର୍ଦ୍ଦେଶରେ ଘର ପାଇଁ ମୂଲ୍ୟବାନ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ସରକାରୀ ସ୍ତରରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ମନୋବଳ ବୃଦ୍ଧି କରିବ।
ବିଛା


ବନ୍ଧୁଙ୍କ ମାଧ୍ୟମରେ ସକାଳୁ ଶୁଭ ଖବର ପାଇ ଖୁସି ହେବେ। ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇଯାଇପାରେ। ଯାତ୍ରା ସମୟରେ ଅନ୍ୟମନସ୍କତା ପରିହାର ସାଙ୍ଗକୁ ଯାନବାହନରେ ସତର୍କ ନ ରହିଲେ ଅସୁବିଧାରେ ପଡିପାରନ୍ତି। ସେବା ଓ ପରୋପକାର ହେତୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ।
ଧନୁ


କାର୍ଯ୍ୟସିଦ୍ଧି କାରଣରୁ ମନ ପ୍ରଫୁଲ୍ଲ ରହିବ ଓ ଯାହା ଚାହୁଁଛନ୍ତି ତାହା ପାଇବେ। ମତାନ୍ତରଜନିତ ପାରିବାରିକ ସ୍ତରରେ ଟେନ୍ସନ ବଢିଯିବାର ଆଶଙ୍କା ଦେଖାଦେବ। କର୍ମକ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଋଣ ପରିଶୋଧ କରିବା ସକାଶେ କରଜଦାତାଙ୍କ ଚାପ ବୃଦ୍ଧି ପାଇପାରେ।
ମକର


ଅନୁକୂଳ ଗ୍ରହସ୍ଥିତି କାରଣରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ସ୍ବାଭାବିକ ରହିବ। ଆଲୋଚନା ପରିସରରେ ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିବ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପରକ୍ଷଣରେ ଅନୁତପ୍ତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କୀୟଙ୍କ ଆକ୍ଷେପୋକ୍ତି ଦୁଶ୍ଚିନ୍ତା ସୃଷ୍ଟି କରିବ।
କୁମ୍ଭ


ଧର୍ମ କାର୍ଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ସହଯୋଗ କରି ଆତ୍ମତୃପ୍ତି ଲଭିବେ। କେତେକ କ୍ଷେତ୍ରରେ ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଫାଇଦା ହାସଲ ସକାଶେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପାରିବାରିକ ବ୍ୟତିକ୍ରମଜନିତ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମୀନ

ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରି ପ୍ରଶଂସିତ ହେବେ। ସମସ୍ୟା ବଢି ଯାଉଥିବାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ବନ୍ଧୁଙ୍କ ଦ୍ୱାରା ଆହୂତ ହୋଇ ଦୂରଯାତ୍ରା କରିବାର ସୌଭାଗ୍ୟ ପ୍ରାପ୍ତ ହେବେ। ଯାନ୍ତ୍ରିକ ଜିନିଷର ମରାମତି କିମ୍ବା ଗୃହ ସଜ୍ଜୀକରଣ ଦିଗରେ ମନୋନିବେଶ କରିପାରନ୍ତି।