ମେଷ


ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର ଆଶଙ୍କା ଦେଖାଦେବ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି।
ବୃଷ


ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରି ସଫଳତା ପାଇବେ । ପାରିବାରିକ, ସାମାଜିକ ଏବଂ ରାଜନୈତିକ ସ୍ଥିତି ବେଶ୍ ଭଲ ରହିବ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି। ବନ୍ଧୁଙ୍କ ଆସିବା ବାଟକୁ ଚାହିଁରହି ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ


କର୍ମକ୍ଷେତ୍ରରେ ଅଟକିଥିବା କାମ ସକାଶେ ଅନୁତାପ କରିବେ। ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଆପଣ ଭ୍ରମଣ, ରାଜନୀତି, ପ୍ରଶାସନ ଓ ସଭାସମିତି କ୍ଷେତ୍ରରୁ ସଫଳତା ପାଇବେ। ବନ୍ଧୁମାନଙ୍କ ନିକଟରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟା ଏବଂ ପଡ଼ୋଶୀଙ୍କ ସହ ବାକ୍ ବିତଣ୍ଡା ଯୋଗୁ ଅଶାନ୍ତ ରହିପାରନ୍ତି।
କର୍କଟ


କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହେବାକୁ ପଡ଼ିବ। ପରିବାରରେ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ମିତ୍ରମାନଙ୍କ ପରାମର୍ଶ ନେଇ କାମ କଲେ ଉପକୃତ ହେବେ।
ସି˚ହ


ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି କିନ୍ତୁ କୌଣସି ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହେବେ। ରାଜନୀତିରେ ଗଠନ ମୂଳକ ପ୍ରେରଣା ଦେଇ ଉଚ୍ଚସ୍ତରରେ ପ୍ରଶଂସିତ ହେବେ।
କନ୍ୟା


କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଏକ ପ୍ରକାର ହିତକର ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ନିଜକୁ କେତେକ କଥା ସମ୍ଭାଳିବାକୁ ପଡ଼ିପାରେ। ପରିବାରରେ ପିଲାମାନଙ୍କ କଥାରେ ବିଚଳିତ ବୋଧ କରିପାରନ୍ତି।
ତୁଳା


ବିଶେଷ ଶ୍ରମ ଏବଂ ଭ୍ରମଣ ଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ା କୌଣସି କାମ ହାସଲ ପାଇଁ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବାକୁ ପଡ଼ିପାରେ। ଲେଖାପଢ଼ା ତଥା ପ୍ରକାଶନ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ। ଶିଳ୍ପ, ବ୍ୟବସାୟ ଓ ପରିବହନରୁ ଆଶାଜନକ ଫଳ ପାଇବେ।
ବିଛା


ଆଲୋଚନା ପରିସରରେ ଭାବପ୍ରବଣତାରେ ଭାସିଯାଇ ଏଣୁ ତେଣୁ ଗପିବା ସମସ୍ୟାର କାରଣ ହେବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଠିକ୍ ହେବନାହିଁ।
ଧନୁ


କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବେ। ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବାରୁ ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିବାକୁ ମନସ୍ଥ କରିବେ। ଆଜିର ଯାତ୍ରା ଏବଂ ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ।
ମକର


ସବୁ ସମୟରେ ନିଜ ପାଖରେ ରହୁଥବା କେହି ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ରହିଥିବା ସମସ୍ୟା ବନ୍ଧୁଙ୍କ ଜରିଆରେ ସମାଧାନ ହେବ। ନିର୍ମାଣ କାର୍ଯ୍ୟର ପ୍ରତିବନ୍ଧକ ସମୟାନ୍ତରରେ ସୁଧୁରିଯିବ। ସହଯୋଗ ସକାଶେ ବନ୍ଧୁଙ୍କ ଆଗରେ ପ୍ରକାଶ କରି ନ ପାରି ପରେ ଅନୁତାପ କରିପାରନ୍ତି।
କୁମ୍ଭ


କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପାରିବାରିକ ସୁଖ ସ୍ବାଛନ୍ଦ୍ୟ କାରଣରୁ କିମ୍ବା ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ କରଜ କରି କାମ ଚଳାଇ ନେବେ ।
ମୀନ

ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ପାରଷ୍ପରିକ ଆଲୋଚନା କ୍ରମେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାବପ୍ରବଣ ବଶତଃ ବନ୍ଧୁଙ୍କ ସମ୍ମୁଖରେ କୌଣସି ଅପ୍ରକାଶ୍ୟ କଥା ପ୍ରକାଶ କରି ଅପଦସ୍ଥ ହୋଇପାରନ୍ତି। ବନ୍ଧୁମିଳନ ଅବସରରେ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ।