ମେଷ


ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଭାବିଚିନ୍ତି ଆଗକୁ ବଢ଼ିବା ଠିକ୍ ହେବ। ଆଜି ବ୍ୟବସାୟ, ବାଣିଜ୍ୟ, ପରିବହନ, ନିର୍ମାଣ, ପ୍ରଶାସନ ଓ ଆଇନ କ୍ଷେତ୍ରରେ ସୁଫଳ ପାଇବେ।
ବୃଷ


ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରେ ଶାରୀରିକ ସୁସ୍ଥତା ସହିତ ଶୁକ୍ରଜନିତ ବିଳାସପ୍ରିୟ ହୋଇପାରନ୍ତି। ଆଜି ଅର୍ଥଲାଭ, ନୂତନ ବନ୍ଧୁତ୍ୱ ଏବଂ ଉଚ୍ଚ ସ୍ତରରେ ସମ୍ପର୍କରେ ଉନ୍ନତି ଘଟିବ ା ଶିଳ୍ପ, ବାଣିଜ୍ୟ, ପରିବହନ, ରିଏଲ୍ଇଷ୍ଟେଟ୍, ହୋଟେଲ, ରେଷ୍ଟୁରାଣ୍ଟ କ୍ଷେତ୍ରରେ ସମସ୍ୟା ଦୂର ହେବ। ସହକର୍ମୀଙ୍କ ବିବାଦୀୟ ମନ୍ତବ୍ୟରେ କ୍ଷୁବ୍ଧ ହୋଇପାରନ୍ତି।
ମିଥୁନ


ବୁଧ ସଂଯୁକ୍ତ ଶୁକ୍ରଙ୍କ ଯୋଗୁ ଦୂରଯାତ୍ରା ସକାଶେ ମନସ୍ଥ କରିପାରନ୍ତି। ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ନିଜର କୃତି ଓ କୃତିତ୍ୱ ସକାଶେ ସାମାଜିକ ସ୍ତରରେ ଶୁଭେତ୍ସୁଙ୍କ ଶ୍ରଦ୍ଧାଭାଜନ ହେବେ। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିବାର ସୂଚନା ରହିଛି।
କର୍କଟ


ଅର୍ଥନୈତିକ ସ୍ଥିତି ଭଲ ରହିବା ସାଙ୍ଗକୁ ସହକର୍ମୀଙ୍କ ଶ୍ରଦ୍ଧାଭାଜନ ହେବେ। ସମାଜରେ ସୁପ୍ରତିଷ୍ଠିତ ହେବେ। ନିର୍ମାଣ କାର୍ଯ୍ୟରେ, ମାଲିମକଦ୍ଦମାରେ, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ। ପରିବାର ସଦସ୍ୟଙ୍କ ପ୍ରତ୍ୟେକ କଥା ଓ ପରାମର୍ଶକୁ ବିଚାର ପୂର୍ବକ ଗ୍ରହଣ ଓ କାର୍ଯ୍ୟକାରୀ କରିବା ଠିକ୍ ହେବ।
ସି˚ହ


ବୁଧାଦିତ୍ୟ ଯୋଗ ପ୍ରଭାବରେ କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସ୍ତରରେ ସୁପ୍ରତିଷ୍ଠିତ ହେବେ। ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନପୂର୍ବକ ସମ୍ମାନ, ଉପଢୌକନ, ସ୍ବାଗତ, ସମ୍ବର୍ଦ୍ଧନା ପାଇପାରନ୍ତି। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ପାଇବେ। ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା


ଆଜିର ଦିନଟିରେ ଅର୍ଥଲାଭ, ଗବେଷଣା, ରୁଦ୍ଧଦ୍ୱାର ବୈଠକ ପାଇଁ ଅନୁକୂଳ ରହିବ। ସ୍ବାସ୍ଥ୍ୟହାନି ଯାଗୁ କେତେକ କାର୍ଯ୍ୟ ଅଧୁରା ରହିଯିବ। କେତେକ ଅନିଚ୍ଛାକୃତ ତ୍ରୁଟି ମଧ୍ୟରେ ଗତି କରିବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନପାରେ। ତରବର ନ ହୋଇ ସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ।
ତୁଳା


ଉଦ୍ୟମକୁ ସାକାର କରିବା ପାଇଁ ଚେଷ୍ଟିତ ରହିବେ ଏବଂ ସମ୍ପର୍କୀୟଙ୍କ ସହଯୋଗ ପାଇବାରେ ଅସୁବିଧା ହେବନାହିଁ। ଆଜି ବହୁତ ଚେଷ୍ଟା କରି ମଧ୍ୟ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। କୌଣସି ଜିନିଷ କିଣିବାକୁ ଅର୍ଥର ଆବଶ୍ୟକତା ପାଇଁ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ, କ୍ରୀଡ଼ା କ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ।
ବିଛା


ନିଜକୁ ନିୟନ୍ତ୍ରଣରେ ରଖି ସାହସିକତାର ସହ କାର୍ଯ୍ୟ ହାସଲ ପାଇଁ ମନ ବଳାଇବେ। ନିକଟରେ ରହୁଥିବା ବ୍ୟକ୍ତିଙ୍କ ବିରୁଦ୍ଧାଚରଣ ସମସ୍ୟା ସୃଷ୍ଟି କରିପାରେ। ଭୁଲ୍ ବୁଝାମଣା ଯୋଗୁ ନିଜ ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସାମୟିକ ଭାବରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି।
ଧନୁ


ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ସମର୍ଥନ ସହ ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ କରାଇବ। ପ୍ରତିଯୋଗିତାରେ ସଫଳତା, ରାଜନୈତିକ ଉକତ୍ର୍ଷତା, ବନ୍ଧୁତାରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ପରିବାରର ନିର୍ଦ୍ଦେଶାନୁସାରେ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବେ।
ମକର


ଆଜି ଯାହା ଆଶା କରୁଛନ୍ତି, ତାହା ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଆପଣଙ୍କ କଥା ଓ କାମର ପ୍ରଶଂସାରେ ଆମତ୍ବିଭୋର ହୋଇପାରନ୍ତି। ସରକାରୀ ସାହାଯ୍ୟ ସାଙ୍ଗକୁ ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରି ଖୁସି ହୋଇପାରନ୍ତି। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ ା
କୁମ୍ଭ


ବାରମ୍ବାର ପ୍ରତିରୋଧର ସାମ୍ନା କରିବା ଯୋଗୁ ଆଜିର ଆଶା ଆଶାରେ ରହିଯାଇପାରେ। ବନ୍ଧୁଙ୍କ ସାହାଯ୍ୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବା ସହ ଦୈହିକ, ମାନସିକ ସ୍ଥିତି ବିଗିଡ଼ିଯିବ ନାହିଁ। ପାରିବାରିକ ସ୍ଥିତି ଭଲ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ପ୍ରଶଂସାଭାଜନ ହେବେ।
ମୀନ

ଇଚ୍ଛା ଓ ଅଭିଳାଷକୁ ପୂରଣ ସକାଶେ ବନ୍ଧୁଙ୍କ ସହ ଯୋଗ ଅତ୍ୟାବଶ୍ୟକ ମନେକରିବେ। ସମସ୍ୟା ମଧ୍ୟରେ ପ୍ରାପ୍ୟ ପାଇବେ ଏବଂ କାମ ମଧ୍ୟ ସମ୍ପନ୍ନ କରିପାରିବେ। ତଥାପିଏକାଧିକ କାମରେ ହାତଦେବା ବ୍ୟସ୍ତତାର କାରଣ ହୋଇପାରେ। ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ଦ୍ୱାରା କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ।