ମେଷ


ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ ଶେଷ ମଧ୍ୟ କରିପାରିବେ। ବନ୍ଧୁଙ୍କ ପରାମର୍ଶାନୁସାରେ ପାରିବାରିକ ଝମେଲା ସମାଧାନ ଆଡ଼କୁ ଗତି କରିବ। କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବୃଷ


ପରିବାରରେ ସାଧାରଣ କଥାରେ ବିତର୍କଜନିତ ମନାନ୍ତରର ଆଶଙ୍କା ଦେଖାଦେବ। ରାଜନୈତିକ ସ୍ତରରେ ସାଙ୍ଗଠନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ ଖଳପ୍ରକୃତିର ଲୋକ ବିରୁଦ୍ଧାଚରଣ କରିପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ଜମିଜମା କ୍ଷେତ୍ରରେ ସଫଳତା ହାସଲ କରିବେ ା
ମିଥୁନ


ପାରିବାରିକ ସମସ୍ୟାର ସମାଧାନ କରିବାରେ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ପରିବାର ସଦସ୍ୟମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ପ୍ରୀତିପ୍ରଦ ରହିବ। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ ା
କର୍କଟ


କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବ୍ୟବସାୟରେ ଲାଭରୁ ମନ ଖୁସି ରହିବ କିନ୍ତୁ କାମର ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ। କଚେରି ମାମଲା ମନ୍ଥର ହେବାରୁ ଚିନ୍ତିତ ରହିପାରନ୍ତି। ପୁରାତନ ରୋଗର ପୀଡ଼ା, ପରୋକ୍ଷ ଶତ୍ରୁତା ଏବଂ ବନ୍ଧୁଙ୍କ ସହ ସମ୍ପର୍କହାନି କାରଣରୁ ଆନମନା ରହିପାରନ୍ତି।
ସି˚ହ


ବନ୍ଧୁଙ୍କ ସାହାଯ୍ୟ ଆଜି ଆପଣଙ୍କ କାମ ହାସଲ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଅର୍ଥର ଅଭାବ ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍ ସମୟରେ ପୂରଣ ହୋଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା ସକାଶେ ନିଜକୁ ଖାପ ଖୁଆଇ ଚଳିବା ଭଲ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି।
କନ୍ୟା


ସମସ୍ୟା ଲାଗି ରହିଲେ ମଧ୍ୟ ପ୍ରତ୍ୟେକ କାମକୁ କୌଶଳରେ ହାସଲ କରିବେ। ଯାନବାହନରେ ଲାଭ, ଦୋକାନ ବାଡିରେ ଉନ୍ନତି, ଅଚାନକ ଗୃହ ଭୂମି ଲାଭ ଯୋଗ ରହିଛି। ଆଳସ୍ୟ ଓ ଅବହେଳା କାରଣରୁ ଉପରିସ୍ଥଙ୍କ ରୋଷର କାରଣ ହୋଇପାରନ୍ତି। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ ା
ତୁଳା


ସକାଳୁ ସକାଳୁ କୌଣସି ଖବର ପାଇ ମନ ଖୁସି ହୋଇଯିବ। ସଙ୍ଗୀତ ଆସର, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ନିକଟରୁ ବହୁତ ଅନୁନୟ ବିନୟ ପରେ ଧାର ସୂତ୍ରରେ ଅର୍ଥ ପାଇପାରନ୍ତି। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ବିଛା


ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଆଜି କାମ ସହଜ ଓ ସୁବିଧାରେ ହୋଇଯିବ। ଜ୍ୟେଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ପାରିବାରିକ ସମ୍ପର୍କ ମଧୁର ରହିବା ଯୋଗୁ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି।
ଧନୁ


ଆଜିର କର୍ମକ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବୃଥା ଭାବନାରେ ଭାସିଯାଇ ମାନସିକ ଚିନ୍ତାଧାରାକୁ ବିଷାକ୍ତ କରିପାରନ୍ତି। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବାର ଆଶା ରହିଛି।
ମକର


ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଏବଂ ଯାହାକୁ ଯାହା ମାଗିବେ ସେ କଦାପି ମନା କରିବ ନାହିଁ। ପରିବାର ଲୋକ ଭୁଲ୍ ବୁଝିପାରନ୍ତି। କର୍ମକ୍ଷେତ୍ରରେ ଆପୋସ ମିଳାମିଶାରୁ ସମସ୍ୟାର ସମାଧାନ ଘଟିବ। ତଥାପି ଆବଶ୍ୟକତା ପୂରଣ ସକାଶେ ସାମୟିକ ଅର୍ଥାଭାବ ଭିତରେ ଅଣନିଃଶ୍ୱାସୀ ହୋଇପାରନ୍ତି।
କୁମ୍ଭ


ଚାହୁଁଥିବା କାମଟି ଠିକ୍ ସମୟରେ ନ ହୋଇପାରିବାରୁ ମନ ଭଲ ଲାଗିବ ନାହିଁ। ପିଲାଙ୍କ ବୈବାହିକ କର୍ମ ସକାଶେ ବନ୍ଧୁ ପ୍ରସ୍ତାବ ସ୍ଥିର ଲାଗି ଚିନ୍ତା କରିପାରନ୍ତି। କେତେକ ସାଧାରଣ ଅସୁବିଧା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂର ହେବା ସହ ଆଶାଜନକ ସଫଳତା ହାସଲ କରିବେ।
ମୀନ

ସାମାଜିକ ସ୍ତରରେ ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ସଭାସମିତିକୁ ଆହୂତ ହୋଇ ବିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କୃତ ହୋଇପାରନ୍ତି। ରେବତୀ ନକ୍ଷତ୍ର ସ୍ବାସ୍ଥ୍ୟହାନି କାରଣରୁ କୌଣସି କାମ ଅଟକିଯିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି।