Search

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନକୁ ବୁଝାଇବାରେ ସମର୍ଥ ହେବେ। ଆଲୋଚନା କାଳରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବାର ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଆଜିର କର୍ମକ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ସରକାରୀ ସ୍ତରରେ ଅଟକି ରହିଥିବା କାର୍ଯ୍ୟର ସମାଧାନରୁ ଖୁସି ହେବେ। ରୋହିଣୀ ନକ୍ଷତ୍ରର ବିଭିନ୍ନ ସମସ୍ୟା ମଧ୍ୟରେ ମନରେ ସବୁବେଳେ ଟେନ୍ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେଇପାରେ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ସକାଶେ ଋଣ ପରିଶୋଧ ସକାଶେ ବ୍ୟଗ୍ରତା ପ୍ରକାଶ ପାଇବ। ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜି ପାରନ୍ତି। କର୍ମକ୍ଷେତ୍ରରେ, ବ୍ୟବସାୟରେ, ପାରିବାରିକ ସମସ୍ୟା ସମାଧାନରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ଭଲ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଯାନବାହନ ଚାଳନାରେ ସତର୍କ ରୁହନ୍ତୁ।
କର୍କଟ
କର୍କଟ
ପରିବାରର ଆର୍ଥିକ ସମସ୍ୟା ନେଇ ବିଭିନ୍ନ ଦୁର୍ଭାବନା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ଅତିରଞ୍ଜିତ କରି ସହକର୍ମୀ କଳହକୁ ବଢାଇପାରନ୍ତି। ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବାରେ ପୁନର୍ବସୁ ସମର୍ଥ ହେବେ। ସାମାଜିକ ସ୍ତରରେ ଅନ୍ୟକୁ ଆପଣାର କରିବାରେ ପ୍ରଲୋଭନ ଓ କୌଶଳ ସାହାଯ୍ୟ କରିବ ।
ସି˚ହ
ସି˚ହ
ସମସ୍ୟା ଲାଗି ରହିଥିଲେ ମଧ୍ୟ ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କରି ସଫଳତା ପାଇବେ। ଯେତେ ସୁବିଧା ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ନ ହୋଇ ନିନ୍ଦାଗାନ କରିବେ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ଅନୁଭବ କରିବେ। ପୂର୍ବାଫାଲଗୁନୀ ନକ୍ଷତ୍ର ବନ୍ଧୁଙ୍କ ସହାୟତାରେ ଖୋଜୁଥିବା ଜିନିଷ ପାଇଯିବାର ଆଶା ରହିଛି।
କନ୍ୟା
ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନକୁ ଭାରାକ୍ରାନ୍ତ କରିବ। ଚିତ୍ରା ନକ୍ଷତ୍ରର ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘର ସଜାଡିବାରେ ମନୋନିବେଶ କରିବେ। ଅନ୍ୟମାନଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ ।
ତୁଳା
ତୁଳା
ମନ ଅସ୍ଥିର ରହିବା କାରଣରୁ ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ବିଶାଖା ନକ୍ଷତ୍ର ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଆଜି ଅନୁରାଧା ନକ୍ଷତ୍ର ସକାଶେ ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ କରଜ କରିବାକୁ ବାଧ୍ୟ ହେବେ। କ୍ରୀଡା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି। ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବାର ଆଶା ରହିଛି।
ଧନୁ
ଧନୁ
ମନ ଭଲ ନ ଥିବାରୁ କୌଣସି କାମ କରିବାକୁ ଆଗ୍ରହ ହେବନାହିଁ। ମୂଳା ନକ୍ଷତ୍ର ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ଖୁସି ରହିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ଆଜିର କର୍ମକ୍ଷେତ୍ରରେ ଶ୍ରବଣା ନକ୍ଷତ୍ର ମଧ୍ୟ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହୋଇପାରନ୍ତି। ବିଶିଷ୍ଟବ୍ୟକ୍ତିଙ୍କ ସୁପରାମର୍ଶ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟାଇବାରେ ସାହାଯ୍ୟ କରିବ।
କୁମ୍ଭ
କୁମ୍ଭ
ସବୁ କାମ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ଆଶଙ୍କା ରହିଛି। ଶତଭିଷା ନକ୍ଷତ୍ରର ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଦୀର୍ଘଦିନାନ୍ତେ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବାରୁ ଖୁସି ଅନୁଭବ କରିବେ।
ମୀନ
ମୀନ
ଆଜିର କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବଢ଼ିବ। ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା ଏବଂ ଜମିଜମା କାରବାରରେ କିଛିଟା ସମସ୍ୟା ଲାଗି ରହିବ।

Related to this topic:

Advertisement
Advertisement