ମେଷ


କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଶିକ୍ଷା ଓ ପରୀକ୍ଷାରେ ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି ା
ବୃଷ


କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବା ଯୋଗୁ ଅଟକି ରହିଥିବା କାମ ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ ବେଶ୍ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା,କ୍ରନିକ୍ ରୋଗପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ମିଥୁନ


ସାମାଜିକ ସ୍ତରରେ ବନ୍ଧୁଙ୍କୁ ଆପଣାଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ଭୁଲ୍ ବୁଝାମଣାରୁ ପରିବାର ଭିତରେ ସମ୍ପର୍କ ହାନି ଘଟିପାରେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମ ଅଭାବ ଓ ଯାତ୍ରାରେ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ


କର୍ମଜଞ୍ଜାଳ ବୃଦ୍ଧି ସ୍ବାସ୍ଥ୍ୟ ସମସ୍ୟାକୁ ଦ୍ୱିଗୁଣିତ କରିବ। ପରିବାରର ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ଫଳରେ ଆଲୋଚନା ଅମୀମାଂସିତ ରହିବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ


ଉତ୍ତମ ବୁଝାମଣା ସାଙ୍ଗକୁ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ କରିବ। ଅପ୍ରିୟ ସତ୍ୟ କହି ବିବାଦ ଘେରରେ ପଡ଼ିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ର, ଧାର୍ମିକ ଅନୁଷ୍ଠାନ କିମ୍ବା ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ସଫଳତା ହାସଲ କରିବେ। ପ୍ରତିବନ୍ଧକ ହେତୁ ବାଣିିଜ୍ୟ,ବ୍ୟବସାୟ,ଗମନାଗମନ, ନୂତନ କର୍ମାରମ୍ଭ ଚିନ୍ତା ବୃଦ୍ଧି କରିପାରେ।
କନ୍ୟା


ଆମତ୍ୀୟସ୍ବଜନଙ୍କ ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଅର୍ଥ ନେଣଦେଣକୁ କେନ୍ଦ୍ରକରି ବନ୍ଧୁଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ସୃଷ୍ଟିହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ,ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା


କର୍ମକ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ। ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବା ଆଶା ରହିଛି। ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ଅନୁପସ୍ଥିତିରୁ କର୍ମପ୍ରବାହ ବିଳମ୍ବିତ ହୋଇପାରେ। ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତ ହୋଇପାରନ୍ତି।
ବିଛା


ନିଜ ପରିସର ପରିସ୍ଥିତିର ବିଷମତାଜନିତ ମାନସିକ ସ୍ଥିରତା ରହି ନ ପାରେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣାଇ ନେବା ସକାଶେ ଦିନଟି ଭଲ। ସଭାସମିତି କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇପାରନ୍ତି। କ୍ରମଶଃ କର୍ମଜଞ୍ଜାଳ ବୃଦ୍ଧି ପାଇବା ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତା ବୃଦ୍ଧି କରିପାରେ।
ଧନୁ


ବନ୍ଧୁଙ୍କ ପରାମର୍ଶରେ ନୂତନ ଯୋଜନାଟିକୁ କାଯର୍ୟକାରୀ କରିବାକୁ ମନ ବଳାଇବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନାହିଁ। ପ୍ରିୟଜନଙ୍କ ଗହଣରେ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସହକର୍ମୀ କିମ୍ବା ଆତ୍ମୀୟମାନେ ପାଖ ମାଡ଼ିବେ ନାହିଁ।
ମକର


ଦୈହିକ ଅସୁସ୍ଥତା ମାନସିକ ସୁସ୍ଥତାକୁ କ୍ଷୁଣ୍ଣ କରିବା ହେତୁ କୌଣସି କାମରେ ମନ ଲାଗିବ ନାହିଁ। ଆନୁଷ୍ଠାନିକ କାମରେ ପ୍ରିୟଜନଙ୍କ ଅନୁପସ୍ଥିତି ଦୁଃଖ ଦେଇପାରେ। ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ ପାଇଁ ଆଗଭର ହୋଇପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ଋଣ ପରିଶୋଧ କରିବାରେ ପଛାଇଯିବାକୁ ପଡିବ।
କୁମ୍ଭ


ଆଜିର ଯାତ୍ରା, ଶୁଭ କାର୍ଯ୍ୟାରମ୍ଭ ଓ ଶୁଦ୍ଧଭାବନା ଭାବାନ୍ତର ସୃଷ୍ଟିକରିବ। ଦିନଟିରେ ବହୁ ଭଲ କାମ କରିବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢ଼ିବା ବ୍ୟତୀତ ଲାଭ କିଛି ହେବନାହିଁ। ଯାତ୍ରାରେ ଜିନିଷିପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅଦଳବଦଳ ହୋଇଯିବା ସୂଚନା ରହିଛି।
ମୀନ

ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ଘରର ଅଶାନ୍ତ ପରିବେଶ ଶାନ୍ତ ହୋଇଯିବ। ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆଲୋଚନା ପରିସରରେ ବାକ୍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ବ୍ୟବସାୟରେ ଲାଭ ମିଳିବ, କିନ୍ତୁ ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।