ମେଷ


ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ।
ବୃଷ


ଆଜି ଶୁକ୍ରକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ହସଖୁସିର ବାତାବରଣ ମଧ୍ୟରେ ମାଙ୍ଗଳିକ କାମ ଓ ବନ୍ଧୁମିଳନ ହେତୁକ ଆନନ୍ଦ ଅନୁଭବ କରିବେ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହେବ। ସହକର୍ମୀଙ୍କୁ ସାହାଯ୍ୟ ଭିକ୍ଷା କରିପାରନ୍ତି। ପରିବହନ, ପ୍ରଶାସନ ଓ ପ୍ରକାଶନ, ଯୋଗାଯୋଗ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ।
ମିଥୁନ

ତୃତୀୟାଧିପ ଷଷ୍ଠସ୍ଥ ଯୋଗୁ ଯୁକ୍ତି ତର୍କଜନିତ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି। ରାଜନୈତିକ ପୃଷ୍ଠଭୂମିରେ ତପତ୍ରତା ପରିବେଶକୁ ସରଗରମ କରିପାରେ। ପରିସ୍ଥିତିବଶତଃ ଆର୍ଥିକ ଅନଟନ ମଧ୍ୟରେ ଚଳିବାକୁ ବାଧ୍ୟ ହେବେ।
କର୍କଟ


ଆଜି ଉଦାର ଭାବନାଯୁକ୍ତ ସୁଚିନ୍ତିତ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କର ଦୃଷ୍ଟି ଆକର୍ଷଣ କରିବ। ଚତୁର୍ଥକେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆତ୍ମୀୟଙ୍କ ସୌହାର୍ଦ୍ଦ୍ୟତା ମଧ୍ୟରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ। ଦେବଦର୍ଶନ ଓ ଭ୍ରମଣ ସାଙ୍ଗକୁ ନୂତନ ଜିନିଷ କିଣିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ବନ୍ଧୁ ସୁବିଧାବାଦୀ ଗୁଣରେ ଶୋଷଣର ଅପଚେଷ୍ଟା କରିବେ।
ସି˚ହ


ରାସିରେ କେତୁଙ୍କ ସ୍ଥିତି ଯୋଗୁ ପାରିବାରିକ ଅଶାନ୍ତି ମାନସିକ ସ୍ଥିତିକୁ ଅସନ୍ତୁଳିତ କରିବ। ଅଭାବନୀୟ ପରିସ୍ଥିତି ସାଙ୍ଗକୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭାଇ, ଭଉଣୀ କିମ୍ବା ପଡ଼ୋଶୀଙ୍କ କଥାରେ ଭୁଲ୍ କାମ କରିପାରନ୍ତି। ଅଫିସରେ ମନ କଥା କହିବାରେ ପଛେଇ ଯିବାରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା


ଏକାଦଶାଧିପତି ଧନସ୍ଥାନରେ ରହିଥିବାରୁ ଆର୍ଥିକ ଅଭିବୃଦ୍ଧିଜନିତ ଖୁସି ରହିବେ। ନୀଚାରୋହୀ ଶନିଙ୍କ ଯୋଗୁ ସନ୍ତାନଙ୍କ ସମସ୍ୟା, ଶତ୍ରୁବିରୋଧର ସାମ୍ନା କରିବା ଦିଗରେ ଚିନ୍ତିତ ରହିବେ। ସବୁ କାମ ସହଜ ଓ ସୁବିଧାରେ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆତ୍ମୀୟଙ୍କର ମଧ୍ୟ ସାହାଯ୍ୟ ସହଯୋଗର ଅଭାବ ରହିବନି।
ତୁଳା


ଭାଗ୍ୟସ୍ଥାନରେ ଶୁକ୍ରଙ୍କ ସଂଯୋଗରୁ ଉଦ୍ୟମ ନିଷ୍ଫଳ ହେବ ନାହିଁ। ଆଜି ପର୍ଯ୍ୟନ୍ତ ଯାହା ଖୋଜି ପାଉ ନ ଥିଲେ ତାହା ପାଇ ମନ ଖୁସି ହୋଇଯିବ। ସାଧାରଣ କଥାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ବିଛା


କର୍ମଭାବସ୍ଥ କେତୁଙ୍କ ପ୍ରଭାବରୁ ଆପଣଙ୍କ କଥା ଓ ବ୍ୟବହାରରେ ବ୍ୟତିକ୍ରମ ସୃଷ୍ଟିପୂର୍ବକ ସମସ୍ୟା ସୃଷ୍ଟି କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୋକା ଖାଇ ମଧ୍ୟ ଆପଣ ପରିସ୍ଥିତି ପ୍ରତି ସତର୍କ ରହି କାମ କରିପାରିବେ। ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ।
ଧନୁ


ଅଷ୍ଟମାଧିପତି ଏକାଦଶସ୍ଥ ଯୋଗୁ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ। ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେବେ। ବନ୍ଧୁଙ୍କ ପରାମର୍ଶରେ ଆଧ୍ୟାତ୍ମିକ ପରିବେଶରେ ସମୟ ଅତିବାହିତ ହୋଇପାରେ। ବୃହସ୍ପତିଙ୍କ ଯୋଗୁ କୌଣସି ନୂତନ ଯୋଜନାରମ୍ଭ ସକାଶେ ଚିନ୍ତା କରିପାରନ୍ତି।
ମକର


ଷଷ୍ଠଭାବସ୍ଥ ଶୁକ୍ର ହେତୁ ମନ ଭଲ ନ ଥିଲେ ମଧ୍ୟ ଅନ୍ୟାନ୍ୟ ଦିଗରୁ ବିଶେଷକିଛି ଅସୁବିଧା ହେବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟାସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ବ୍ୟବସାୟିକ ସ୍ଥିତି ଭଲ ରହିବା ସଙ୍ଗକୁ ଋଣ ପରିଶୋଧର ବିକଳ୍ପ ଚିନ୍ତା କରିପାରନ୍ତି।
କୁମ୍ଭ


ରାହୁଙ୍କ ରାଶିରେ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟକୁ କୌଶଳର ସହ ସମ୍ପାଦନ କରିବେ। ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ଅର୍ଥ,ସମ୍ମାନ ଓ ପ୍ରଶଂସା ପାଇବେ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପର୍ଯ୍ୟଟନ, ପରିଭ୍ରମଣ, ଲୋକ ସମ୍ପର୍କ, ସଙ୍ଗୀତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ମୀନ

କେନ୍ଦ୍ରସ୍ଥ ଗ୍ରହଙ୍କ ସ୍ଥିତି କାରଣରୁ କାର୍ଯ୍ୟସିଦ୍ଧି, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ, ଅର୍ଥସମ୍ମାନ ଓ ସମ୍ବର୍ନ୍ଧନା ପାଇ ଖୁସି ରହିବେ। ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦବେଗ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିବେ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିବେ।