ମେଷ


ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡିପାରନ୍ତି। ସ୍ବତନ୍ତ୍ର ନିମନ୍ତ୍ରଣ ପ୍ରାପ୍ତିପୂର୍ବକ ଆନୁଷ୍ଠାନିକ କାମରେ ଦୂରଯାତ୍ରା କରିବାକୁ ପଡିପାରେ।
ବୃଷ


ସାମାଜିକ ସ୍ତରରେ ଶ୍ରୁତିରୋଚକ କଥା କହି ବନ୍ଧୁମାନଙ୍କ ପ୍ରିୟଭାଜନ ହେବେ। କର୍ମକ୍ଷେତ୍ରସ୍ଥ ବିଭିନ୍ନ ବିଷୟରେ ଚିନ୍ତା କରିବା କାରଣରୁ ଟେନ୍ସନ ଲାଗି ରହିବ। ପରିବାରର ଆକସ୍ମିକ ଆବଶ୍ୟକତା ଖର୍ଚ୍ଚ ପରିମାଣକୁ ବୃଦ୍ଧି କରିବ। ପ୍ରଶାସନିକ ଅଥବା ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
ମିଥୁନ


ଶାରୀରିକ ଅସୁସ୍ଥତାଜନିତ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବିବାଦୀୟ ପରିସ୍ଥିତିରେ, କର୍ମକ୍ଷେତ୍ରରେ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସାମୂହିକ କାର୍ଯ୍ୟରେ ନିଜକୁ ସାମିଲ କରି ପରିବାର ପାଇଁ ସମୟ ଦେଇପାରିବେ ନାହିଁ ା
କର୍କଟ

ପୂର୍ବ ସମସ୍ୟା ସମାଧାନ ହୋଇଥିବାରୁ ମନ ହାଲୁକା ରହିବ। ସନ୍ତାନଙ୍କ ଶିକ୍ଷା, ପରୀକ୍ଷାରେ ଆଶାଜନକ ସଫଳତା ଅଭାବରୁ ମନସ୍ତାପ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି। ପରିବାରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସି˚ହ


ଉଚ୍ଚସ୍ଥ ରବି ଭାଗ୍ୟସ୍ଥାନରେ ରହିଥିବାରୁ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ ହାସଲ କରିବେ। ପଛ କଥାକୁ ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଫାଇଦା ଉଠାଇବାରେ ଅସୁବିଧା ରହିବ ନାହିଁ। ଅନ୍ୟମାନଙ୍କ ସକାଶେ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହୋଇପାରେ।
କନ୍ୟା


ଅଷ୍ଟମାଧିପତି ସ୍ବଗୃହରୁ ଧନସ୍ଥାନକୁ ଦେଖୁଥିବାରୁ ଜମିଜମା ସମ୍ପର୍କିତ ଅର୍ଥ କାରବାରରେ ସମସ୍ୟା ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ନିଜ ଲୋକଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିବେ। କର୍ମକ୍ଷେତ୍ରରେ ବିତର୍କ ସୃଷ୍ଟି ହୋଇପାରେ। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ।
ତୁଳା


ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ ଆପଣଙ୍କର କୌଣସି କାମ ଅଟକି ରହିବନାହିଁ। କିନ୍ତୁ ଚତୁର୍ଥାଧିପତି ଶନିଙ୍କ କୁପ୍ରଭାବଜନିତ ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ ଉଠିପାରେ। କୌଣସି ଅତି ପରିଚିତ ବ୍ୟକ୍ତି ସମସ୍ୟା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ସାଜିପାରନ୍ତି। ଘର ପାଇଁ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି ା
ବିଛା


ଆଜି ସକାଳୁ ସକାଳୁ ବନ୍ଧୁମିଳନ ଓ ଧାର୍ମିକ କାର୍ଯ୍ୟରେ ମନ ଉଲ୍ଲସିତ ରହିବ। ରାହୁଙ୍କ ଅବସ୍ଥିତିଜନିତ ବାଚାଳତା ପରିହାର କରି ଅନଧିକାର ଚର୍ଚ୍ଚା କରିବା ଠିକ୍ ହେବ ନାହିଁ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ସ୍ଥାନ, କାଳ, ପାତ୍ରକୁ ଗୁରୁତ୍ୱ ଦେବା ଭଲ ହେବ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ଧନୁ


ବଳହୀନ ଶନି ଚତୁର୍ଥଭାବସ୍ଥ ଯୋଗୁ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ କଳହର ଆଶଙ୍କା ରହିଛି। ସାମାଜିକସ୍ତରରେ ନିଜ ଲୋକମାନଙ୍କ ଗହଣରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହେବେ। କଳା,ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ଗବେଷଣାରେ ସୁଫଳ ପାଇବେ। ବହୁ ଜନକଲ୍ୟାଣ କାମ ହାତକୁ ନେଇପାରନ୍ତି।
ମକର


ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ନିଶ୍ଚିତ ସମ୍ପନ୍ନ ହେବ। ଏତଦ୍ ବ୍ୟତୀତ କର୍ମକ୍ଷେତ୍ରରେ ଓ ପାରିବାରିକ ସମସ୍ୟାରୁ ମଧ୍ୟ ମୁକୁଳି ଯାଇ ପାରନ୍ତି। ବନ୍ଧୁଙ୍କ ମାଧ୍ୟମରେ କାୈଣସି ସୁଖଦ ଶୁଭଖବର ପାଇ ମନ ବହୁତ ଖୁସୀ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହୋଇପାରନ୍ତି।
କୁମ୍ଭ


ଅନୁକୂଳ ଗ୍ରହସ୍ଥିତି ହେତୁ ଆଜି ସବୁ କାମ ସୁବିଧାରେ ସମ୍ପନ୍ନ ହେବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଜମିଜମା ସମସ୍ୟା, ମାଲିମକଦ୍ଦମା, ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ମୀନ

ଶନିଙ୍କ କୁପ୍ରଭାବରୁ ସମସ୍ୟା ରହିଥିଲେ ମଧ୍ୟ ସମାଧାନ ଦିଗରେ ଉଦ୍ୟମର ଅଭାବ ରହିବ। ଆଜିର ଯାତ୍ରା, ବାଣିଜ୍ୟ, ମକଦ୍ଦମା, ସାଂଗଠନିକ କ୍ଷେତ୍ରରୁ ସୁଫଳ ପ୍ରାପ୍ତି ହେବ। ପ୍ଲଟିଂ କାରବାର, ପ୍ରଯୁକ୍ତି ବିଦ୍ୟା, ପ୍ରଶାସନ, ଲୋକସମ୍ପର୍କ, ଆଲୋଚନା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅଗ୍ରଗତି ଘଟିବ।