ମେଷ


ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ ସଂସ୍ପର୍ଶରେ ଆସୁଥବା ଲୋକଙ୍କ କଥା ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହୋଇପାରନ୍ତି ।
ବୃଷ


ବୁଧାଦିତ୍ୟ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ, ରାଜନୈତିକ ସ୍ଥିତିରେ ପ୍ରଭାବଶାଳୀ ହୋଇପାରନ୍ତି। ଘର, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। କେତେକ କ୍ଷେତ୍ରରେ ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ।
ମିଥୁନ

ଗୁରୁ ଶୁକ୍ରଙ୍କ ଯୋଗ ପ୍ରଭାବରୁ ଆର୍ଥିକ ସ୍ଥିତି, ଜମିଜମା କାରବାରରେ ସୁଫଳ ପାଇବେ। ଯେଉଁ କ୍ଷେତ୍ରରେ ଯାହାକି ନିଷ୍ପତ୍ତି ନେବେ ଶେଷ ସମୟରେ ତାହା ଓଲଟ ପାଲଟ ହୋଇଯାଇପାରେ। ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଫଳ ପାଇପାରନ୍ତି। ଆର୍ଦ୍ରା ନକ୍ଷତ୍ର ସାମାଜିକ ସ୍ତରରେ ବିଭିନ୍ନ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି।
କର୍କଟ


ଅଶ୍ଳେଷା ନକ୍ଷତ୍ରର ସ୍ବାସ୍ଥ୍ୟ ଓ ଚିନ୍ତାଧାରାରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବେ, ଯାହାକି ଅଶାନ୍ତି ସୃଷ୍ଟି କରିବ। ବନ୍ଧୁଙ୍କ ସାହାଯ୍ୟରୁ ଶତ୍ରୁତାର ଅବସାନ ଘଟିବା ସହ କଚେରି ମାମଲାରେ ଜୟଯୁକ୍ତ ହେବେ। ପରିଜନଙ୍କ ସହିତ ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି।
ସି˚ହ


କେନ୍ଦ୍ରରେ ବଳବାନ୍ ରବି କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତିରେ ରଖିପାରେ। ଆପଣ ଯାହା ପାଇବେ ତାହା ବହୁତ ପୂର୍ବରୁହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟକୁ ଆଗକୁ ବଢ଼ାଇବାପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ମଘା ନକ୍ଷତ୍ର ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
କନ୍ୟା


ଉତ୍ତରାଫାଲ୍ଗୁନୀ ନକ୍ଷତ୍ରର ଭୁଲ୍ ବୁଝାମଣାଜନିତ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ହେବ। ଆଜିର ଯାତ୍ରା ସମୟରେ ଯାନ ବାହନରେ ସତର୍କ ରୁହନ୍ତୁ। ସାମାଜିକ ସ୍ତରରେ ପିଲାମାନଙ୍କ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିପାରନ୍ତି। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ ତଥାପି କାମ ଅଟକିବ ନାହିଁ।
ତୁଳା


ରାଶ୍ୟାଧିପତି ଶୁକ୍ରଙ୍କ ସହିତ ଷଷ୍ଠାଧିପ ବୃହସ୍ପତିଙ୍କ ସଂଯୋଗରୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ପରିବାରରେ ତର୍କର ସମ୍ମୁଖୀନ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା


ବୃହସ୍ପତିଙ୍କ ସୁପ୍ରଭାବରୁ ଆପଣଙ୍କର ପ୍ରତ୍ୟେକ ଅଶ୍ୱସ୍ତିକର ପରିସ୍ଥିତି ସୁଧୁରି ଯିବ। ଲେଖାପଢ଼ା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାର ସୂଚନା ରହିଛି। ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ସନ୍ତାନହେତୁକ ଚିନ୍ତିତ ରହିପାରନ୍ତି।
ଧନୁ


ଆଜି ପାପଗ୍ରହ ପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସାଧାରଣ କଥାକୁ ନେଇ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍ ହୋଇ ନ ପାରେ। କେତେକ ନୂତନ କାମର ପରିକଳ୍ପନା କରିବା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର


ହସଖୁସିରେ ସମୟ କଟାଇଲେ ମଧ୍ୟ ମନରେ ଅନ୍ତଦର୍ବନ୍ଦ୍ୱ ଲାଗିରହିବ। ପ୍ରିୟ ବନ୍ଧୁ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ଆଶା ଦୁଲ୍ଲଭ ହେବ। ଶ୍ରବଣା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ କମିଯିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବାର ଆଶଙ୍କା ରହିଛି।
କୁମ୍ଭ


ମାନସିକ ସ୍ତର ସଦାସର୍ବଦା ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ପରିବାରର ବାରଣ ନ ମାନି କୌଣସି କାମରେ ଆଗଭର ହେବା ଠିକ୍ ହେବନି। ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରରେ ହଠାତ୍ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ବ୍ୟବସାୟ, ରାଜନୀତି, ସଭାସମିତି, ମକଦ୍ଦମା କିମ୍ବା ଜମିଜମା ସମସ୍ୟା ଜଟିଳ ହେବ।
ମୀନ

ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଯାହାକି ଆଗାମୀ ସମୟ ପାଇଁ ଲାଭଦାୟକ ହେବ। ଅପ୍ରିୟ ସତ୍ୟ କହି ବିବାଦୀୟ ହୋଇପାରନ୍ତି। ପରିବହନରେ, ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକକୁ ଦୂରେଇବାର ପ୍ରଯନତ୍ କଲେ ଉପକୃତ ହେବେ। ରେବତୀ ନକ୍ଷତ୍ର ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ସମାଲୋଚିତ ହୋଇପାରନ୍ତି।